Advertisement
trendingPhotos1605850
photoDetails1hindi

Jhye Richardson: ରୋହିତ ଶର୍ମାଙ୍କୁ ଲାଗିଲା ବଡ଼ ଝଟକା, ଦଳରୁ ହଠାତ୍ ବାହାର ହେଲେ ଏହି ଖତରନାକ୍ ଖେଳାଳି

IPL 2023: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଜାରି ରହିଛି । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ୍‌ରେ ୩ ଦିନର ଖେଳ ଶେଷ ହୋଇସାରିଛି । ଏହି ସିରିଜରେ ଟିମ୍ ଇଣ୍ଡିଆର କମାଣ ଧୁରନ୍ଧର ଓପନର୍ ରୋହିତ ଶର୍ମା ସମ୍ଭାଳିଛନ୍ତି । ଏହି ସମୟରେ ତାଙ୍କୁ ଏକ ବଡ ଝଟକା ଲାଗିଛି । 

1/7

Rohit Sharma, IPL 2023: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଜାରି ରହିଛି । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ୍‌ରେ ୩ ଦିନର ଖେଳ ଶେଷ ହୋଇସାରିଛି । ଏହି ସିରିଜରେ ଟିମ୍ ଇଣ୍ଡିଆର କମାଣ ଧୁରନ୍ଧର ଓପନର୍ ରୋହିତ ଶର୍ମା ସମ୍ଭାଳିଛନ୍ତି । ଏହି ସମୟରେ ତାଙ୍କୁ ଏକ ବଡ ଝଟକା ଲାଗିଛି । ଆଇପିଏଲରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ଅଛନ୍ତି ।

2/7

ଦୁନିଆର ସର୍ବବୃହତ କ୍ରିକେଟ୍ ଲିଗ୍ ଆଇପିଏଲ (Indian Premier League) ର ୧୬ତମ ସିଜନ ୩୧ ମାର୍ଚ୍ଚ ୨୦୨୩ରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଇପିଏଲ୍ (IPL 2023) ଆରମ୍ଭ ପୂର୍ବରୁ ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) କୁ ଏକ ବଡ଼ ଧରଣର ଝଟକା ଲାଗିଛି । 

3/7

ପ୍ରକୃତରେ ଅଷ୍ଟ୍ରେଲିଆର ଘାତକ ଖେଳାଳି ଜେଇ ରିଚାର୍ଡସନ (Jhye Richardson) ଆହତ ହୋଇଛନ୍ତି । ଭାରତ ସହ ODI ସିରିଜ (India vs Australia ODI Series) ରୁ ମଧ୍ୟ ତାଙ୍କୁ ବାଦ ଦିଆଯାଇଛି । ଏବେ ଆଇପିଏଲରେ ମଧ୍ୟ ଅଂଶ ଗ୍ରହଣ କରିବେ ନାହିଁ ।

4/7

ଆହତ କାରଣରୁ ଭାରତ ବିପକ୍ଷ ODI ସିରିଜ (IND vs AUS ODI Series) ରୁ ଅଷ୍ଟ୍ରେଲିଆର ଘାତକ ଦ୍ରୁତ ବୋଲର ଜେଇ ରିଚାର୍ଡସନ (Jhye Richardson) ଙ୍କୁ ବାଦ୍ ଦିଆଯାଇଛି । ଜେଇ ରିଚାର୍ଡସନ ହାମଷ୍ଟ୍ରିଂ ଆଘାତରେ ପୀଡିତ ଅଛନ୍ତି ଓ ସମ୍ପୂର୍ଣ୍ଣ ଫିଟ୍ ହୋଇପାରି ନାହାଁନ୍ତି । 

 

5/7

ଜେଇ ରିଚାର୍ଡସନ (Jhye Richardson) ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମାର୍ଶ କପ୍‌ର ଫାଇନାଲରେ ମଧ୍ୟ ଖେଳିପାରିନଥିଲେ । ଜେଇ ରିଚାର୍ଡସନ (Jhye Richardson) ଜାନୁଆରୀ ୪ରେ ହାମଷ୍ଟ୍ରିଂ ହେବା ପରେ କୌଣସି କ୍ରିକେଟ୍ ଖେଳି ନାହାଁନ୍ତି । ତା’ପରେ ଆଶା କରାଯାଉଥିଲା ଯେ ସେ ମାର୍ଶ କପ୍ କିମ୍ବା ଶେଫିଲ୍ଡ ସିଲ୍ଡ ଟ୍ରଫିରେ ଭାଗ ନେବାକୁ ଫିଟ୍ ହେବେ, କିନ୍ତୁ ତାହା ହୋଇପାରି ନାହିଁ ।

6/7

ଆପଣଙ୍କୁ କହି ରଖୁଛୁ ଯେ, ଆଇପିଏଲ୍ (IPL 2023) ପାଇଁ ପ୍ରସ୍ତୁତ ହେଉଥିବା ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ପାଇଁ ବୋଲିଂରେ ଏହା ହେଉଛି ଦ୍ୱିତୀୟ ପ୍ରମୁଖ ଝଟକା । ଏହାପୂର୍ବରୁ ଷ୍ଟାର ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଟୁର୍ଣ୍ଣାମେଣ୍ଟରୁ ପ୍ରାୟ ବାହାର ହୋଇଥିଲେ । ଜସପ୍ରୀତ ବୁମ୍ରା ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ଅସ୍ତ୍ରୋପଚାର କରୁଛନ୍ତି ଓ ତାଙ୍କର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳିବାରେ ମଧ୍ୟ ସନ୍ଦେହ ରହିଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରୀ, ମାର୍ଚ୍ଚ ୧୫ରେ ହେବ ଧନ ବର୍ଷା!

ଅଧିକ ପଢ଼ନ୍ତୁ:-ଖୁସି ଖବର; ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବମ୍ପର ବୃଦ୍ଧି, ସମୟ ପୂର୍ବରୁ ହେଲା ବଡ଼ ଖୁଲାସା!

ଅଧିକ ପଢ଼ନ୍ତୁ:-ସବୁଠୁ ମହଙ୍ଗା ଓ ଅଜବ ଚାକରାଣୀ; ଗୋଟିଏ ଦିନ ପାଇଁ ନିଅନ୍ତି ୧.୮ ଲକ୍ଷ ଟଙ୍କା, ନିବସ୍ତ୍ର ହୋଇ କରନ୍ତି ଘର କାମ

7/7

ରିଚାର୍ଡସନ ଟ୍ୱିଟ୍ କରି କହିଛନ୍ତି ଯେ, "ଆଘାତ ହେବା ଖେଳର ଏକ ବଡ଼ ଅଂଶ, ଏହା ଏକ ସତ୍ୟ କିନ୍ତୁ ନିରାଶାଜନକ । ତଥାପି, ମୁଁ ବର୍ତ୍ତମାନ ଏକ ସ୍ଥିତିରେ ଅଛି ଯେଉଁଠାରେ ମୁଁ ମୋ ପସନ୍ଦର ଜିନିଷ କରିପାରିବି । ମୁଁ ଆହୁରି ଭଲ ଖେଳାଳୀ ହେବାକୁ କଠିନ ପରିଶ୍ରମ ଜାରି ରଖିବି । ଗୋଟିଏ ପାଦ ପଛକୁ, ଦୁଇ ପାଦ ଆଗକୁ । ଚାଲନ୍ତୁ ଏହା କରିବା ।" ରିଚାର୍ଡସନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୩ଟି ଟେଷ୍ଟ, ୧୫ଟି ODI ଏବଂ ୧୮ ଟି-20 ମ୍ୟାଚ୍ ଖେଳିଛନ୍ତି ।

ट्रेन्डिंग फोटोज़